ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ, ପୂର୍ବାଞ୍ଚଳ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲେ ନବୀନ ରାଜ୍ୟ By Nitidin On Feb 28, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ୪ଟି ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ସଂହତି ଓ ରାଜ୍ୟ-ରାଜ୍ୟ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରାଯିବା ଏହି ବୈଠକର ମୂଳ ଲକ୍ଷ୍ୟ ରହିଛି । ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧ୍ୟରେ ସଂହତି ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି । ଟେଲି ଯୋଗାଯୋଗ, ବ୍ୟାଙ୍କିଂ ସେବା, ରେଳ ଓ ସଡ଼କ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ । ପୂର୍ବାଞ୍ଚଳ ପରିଷଦରେ ଥିବା ଏହି ୪ ରାଜ୍ୟ, ଦେଶର ଖଣିଜ ସମ୍ପତ୍ତିରେ ଅଧିକ ଅବଦାନ ଥିବାରୁ ଏହି ରାଜ୍ୟକୁ ଅଧିକ ଅନୁଦାନ ମିଳିବ ଆବଶ୍ୟକ । ୨୦୧୨ରୁ କୋଇଲା ରାୟଲଟି ସଂଶୋଧନ ହୋଇନାହିଁ । ଏବେ ଏହା ସଂଶୋଧନ ହେବାର ଜରୁରୀ ବୋଲି କହିଛନ୍ତି ନବୀନ । କ୍ଲିନ୍ ଏନର୍ଜୀ ସେସ୍, ରାଜ୍ୟଗୁଡିକୁ ଦେବା ଦରକାର । ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ପାଇଁ ଦାବି କରିଛନ୍ତି ନବୀନ । ଏହି ୪ ରାଜ୍ୟରେ ଆଦିବାସୀ ବହୁଳ ଅଂଚଳ ଅଧିକ ଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି ନବୀନ । ସେହିଭଳି ରାଜ୍ୟରେ ପ୍ରାକୃତିକ ବିପର୍ୟ୍ୟୟ ଲଗାତର ରହିଥିବାରୁ, ଏହି ଭିତ୍ତିରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ପ୍ରସ୍ତାବକୁ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ନବୀନ । ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣାରେ ସବ୍ସିଡି ନଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣା ଜମି ଦେଉଥିଲେ ବି କାମ ଆଗଉ ନାହିଁ । ଆଜି ଅନୁଷ୍ଠିତ ଏହି ଜୋନାଲ କାଉନ୍ସିଲ ବୈଠକରେ ଏହି ସବୁ ତମାମ ପ୍ରସଙ୍ଗ ଉଠାଇଛନ୍ତି ନବୀନ । Share