ପୁଅ ନାଗା ଚୈତନ୍ୟର ଛାଡ଼ପତ୍ର ନେଇ ମୁହଁ ଖୋଲିଲେ ନାଗାର୍ଜୁନ

ମୁମ୍ବାଇ: ‘ଫ୍ୟାମିଲି ମେନ୍ ୨’ ଫେମ୍ ସାମାନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ରକୁ ୩ ମାସ ପୁରିଛି । ହେଲେ ପ୍ରଥମଥର ପାଇଁ ଚୈତନ୍ୟଙ୍କ ପିତା ତଥା ସାଉଥ ସୁପରଷ୍ଟାର ନାଗାର୍ଜୁନ ପୁଅର ଛାଡପତ୍ରକୁ ନେଇ ମୁହଁ ଖୋଲିଛନ୍ତି । ନାଗାର୍ଜୁନ କହିଛନ୍ତି ଯେ,ସାମାନ୍ଥା ହିଁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ ଯାହାକୁ ଚୈତନ୍ୟ ସ୍ୱୀକାର କରିନେଲେ । ଚୈତନ୍ୟ ପରିବାରର ପ୍ରତିଷ୍ଠା ଏବଂ ତାଙ୍କ ପିତା କ’ଣ ଭାବିବେ ସେନେଇ ଚିନ୍ତିତ ଥିଲେ । ସେମାନଙ୍କର ୪ ବର୍ଷର ବିବାହରେ କୌଣସି ସମସ୍ୟା ନଥିଲା । ୨୦୨୧ ନୂଆ ବର୍ଷ ମଧ୍ୟ ଦୁହେଁ ସାଥୀରେ ପାଳନ କରିଥିଲେ । ଦୁହେଁ ଖୁବ୍ ନିକଟତର ଥିଲେ ମଧ୍ୟ କେବେ ଛାଡ଼ପତ୍ର ନେବାକୁ ନେଇ ସ୍ଥିର କଲେ ତାହା ମୋତେ ଜଣାନାହିଁ ।

ନିକଟରେ ନାଗା ଚୈତନ୍ୟ ଏକ ଇଣ୍ଟରଭ୍ୟୁରେ ଛାଡ଼ପତ୍ରକୁ ନେଇ କହିଥିଲେ ଯେ, ଦୁହିଁଙ୍କ ସହମତିରେ ଛାଡ଼ପତ୍ର ହୋଇଛି । ଯଦି ସାମାନ୍ଥା ଖୁସି ଅଛନ୍ତି ତେବେ ସେ ବି ଖୁସି ଅଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ରେ ସାମାନ୍ଥା ଓ ନାଗା ଚୈତନ୍ୟ ସମାନ ବୟାନ ଜାରି କରି ଛାଡ଼ପତ୍ର ସମ୍ପର୍କରେ ଫ୍ୟାନଙ୍କୁ ଜଣାଇଥିଲେ ।