ନବରଙ୍ଗପୁର ବିଧାୟକ ଓ ତାଙ୍କ ପତ୍ନୀଙ୍କୁ କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶ୍ରୀ ପ୍ରଧାନୀଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। କିଛିଦିନ ପୂର୍ବରୁ କରୋନା ଲକ୍ଷଣ ଦେଖାଦେବାରୁ ସେ ଓ ତାଙ୍କ ପତ୍ନୀ କରୋନା ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେ ହୋମଆଇସୋଲେସନରେ ଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ଗତ ୩, ୪ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ଶ୍ରୀ ପ୍ରଧାନୀ ପରାମର୍ଶ ଦେଇଛନ୍ତି।