କରୋନା ମୁକାବିଲା : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସ

ଝାରସୁଗୁଡା,ଏନ୍ଏନ୍ଏସ୍ : ରାଜ୍ୟରେ ଦିନିକୁ ଦିନ ବିଦେଶ ତଥା ଅନ୍ୟ ରାଜ୍ୟ ଫେରନ୍ତାମାନେ ଅଧିକରୁ ଅଧିକ ପଞ୍ଜୀକୃତ କରୁଛନ୍ତି । ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯିବା ସହ ସ୍ୱାବ ପରୀକ୍ଷଣ ମଧ୍ୟ କରାଯାଉଛି । ଇତି ମଧ୍ୟରେ ଓଡ଼ିଶାରେ ୫ ଜଣ ସ୍ୱାବ ରିପୋର୍ଟ ପଜିଟିଭ ଆସିଲାଣି । ଫଳରେ ଏବେ ରାଜ୍ୟରେ କୋରନା ସଂକ୍ରମଣ ସହ ମୁକାବିଲା କରିବା ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ତ୍ୟ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ କରୋନା ମୁକାବିଲା ପାଇଁ ବିଭିନ୍ନ ଚିକିତ୍ସାଗତ ସାମଗ୍ରୀର ଅଭାବ ଦେଖାଦେଉଛି । ତେଣୁ ମାସ୍କ, ସାନିଟାଇଜର, ଭେଂଟିଲେଟର, ଟେଷ୍ଟିଙ୍ଗ କିଟ, ପିପିଇ(ପର୍ସନାଲ ପ୍ରୋଟେକଟିଭ୍ ଇକ୍ୟୁଭମେଂଟଣ୍ଟ) ଆଦି ଶୀଘ୍ର ଯୋଗାଇ ଦିଆଯାଉ ବୋଲି ନବ ଦାସ କହିଛନ୍ତି । ଏହାସହ ବୁର୍ଲ୍ଲା ଭିମସାର ଓ ଏବଂ ବ୍ରହ୍ମପୁର ଏମକେସିଜିରେ ସ୍ୱାବ ପରୀକ୍ଷଣର ସୁବିଧା ଉପଲବ୍ଧ କରିବା ପାଇଁ ଶ୍ରୀ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।