ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ସଂଗୀତ ପରିଚାଳକ ପୂର୍ଣ୍ଣ ଖୁଣ୍ଟିଆଙ୍କର ସୋମବାର ଭୋର ୩ଟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ପରିବାର ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ପୂର୍ଣ୍ଣ ଖୁଣ୍ଟିଆଙ୍କର ହୃଦଘାତରେ ପରଲୋକ ଘଟିଛି।
ଗତକାଲି ରାତିରେ ତାଙ୍କର ଲୋ-ସୁଗାର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ବିଧବା ପତ୍ନୀ ଆଦିତ୍ୟପ୍ରଭା ପ୍ରସାଦ ଖୁଣ୍ଟିଆ, ୨ଝିଅ ଏବଂ ଜଣେ ପୁଅ ଅଛନ୍ତି।