ଭୁବନେଶ୍ୱର,ଏନ୍ଏନ୍ଏସ୍: ବଢିଲା ଗାଡି କାଗଜପତ୍ର ବୈଧତା। ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୈଧତା ବଢାଯାଇଛି। କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଗାଡି କାଗଜପତ୍ର ଗୁଡିକର ବୈଧତା ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ। ଓଡ଼ିଶା ପରିବହନ ପ୍ରାଧିକରଣ ପକ୍ଷରୁ ଏହି ସବୁ କାଗଜ ପତ୍ରର ଅବଧି ବୃଦ୍ଧି କରାଯାଇଛି। ଗାଡି ଗୁଡିକର ପଞ୍ଜୀକରଣ ସାର୍ଟିଫିକେଟ, ଫିଟନେସ୍ ସାର୍ଟିଫିକେଟ, ପରମିଟ୍ ଓ ଡିଏଲର୍ ବୈଧତା ଅବଧି ଅତିକ୍ରାନ୍ତ କରିଥିଲେ ବି ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏଗୁଡିକ ବୈଧ ରହିବ।
ଲର୍ଣ୍ଣର ଲାଇସେନ୍ସ ଅବଧି ମଧ୍ୟ ଅକ୍ଟେବାର ୩୧ ପର୍ଯ୍ୟନ୍ତ ବୈଧ ରହିବ। ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ଏବଂ ଅସ୍ଥାୟୀ ପରମିଟ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। ଏନେଇ ଏସଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆରଟିଓମାନେ ଅଗ୍ରିମ ବୁକିଂ କରିବା ସହ ପ୍ରତି ସରକାରୀ କାର୍ଯ୍ୟ ଦିବସରେ ଏହା କରିବାକୁ କୁହାଯାଇଛି।