ଭୁବନେଶ୍ୱର, ଏନ୍ଏନ୍ଏସ୍: ନନ୍ଦିଘୋଷ ଟିଭିର ପ୍ରଥମ ସ୍ୱନକ୍ଷତ୍ର ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସିରାଜୁଦ୍ଦିନ୍ ଆଣ୍ଡ କୋ. ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ମହମ୍ମଦ ୟୁସା ସିରାଜୁଦ୍ଦିନଙ୍କୁ ‘ଜାତି ନନ୍ଦିଘୋଷ ‘ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରୀ ସିରାଜୁଦ୍ଦିନ୍ ମଧ୍ୟବିତ୍ତ ପରିବାରରୁ ଆସି ମଧ୍ୟ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇପାରିଛନ୍ତି। ବ୍ୟବସାୟ ସହ ନିଜର ଏକ ଟ୍ରଷ୍ଟ ଗଠନ କରି ସେ ଅସହାୟ ଶିଶୁ ଓ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସେ ନିଜକୁ ଓଡ଼ିଆ ବୋଲି ଗର୍ବ କରନ୍ତି ଓ ଓଡ଼ିଶାକୁ ମଧ୍ୟ ଭଲପାଆନ୍ତି ବୋଲି ଏହି ସମାରୋହ ଅବସରରେ ଆୟୋଜକଙ୍କ ପକ୍ଷରୁ ପ୍ରକାଶ ପାଇଛି। ସିରାଜୁଦ୍ଦିନଙ୍କ ସମାଜ ପାଇଁ ଥିବା ଏହି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଜାତି ନନ୍ଦିଘୋଷ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କ ଅନୁପସ୍ଥିତିରେ ଦୈନିକ ଖବରକାଗଜ ‘ନିତିଦିନ’ର ସମ୍ପାଦକ ମନୋଜ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି।