କୋଭିଡ ପ୍ରସଙ୍ଗରେ ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରି ଚାଲିଛି । ଏହାକୁ ନେଇ ବିଭିନ୍ନ ରାଜ୍ୟ ଲକଡାଉନ, ସଟଡାଉନ୍ ଭଳି ପ୍ରତିବନ୍ଧକ ଲଗାଉଛନ୍ତି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ଓଡ଼ିଶାରେ ଥିବା କରୋନା ସ୍ଥିତିକୁ ନେଇ ମୋଦି ନବୀନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏଥି ସହିତ ସେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ସେହିଭଳି ପୁଡୁଚେରୀ ଓ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳଙ୍କ ସହିତ ମଧ୍ୟ ସେ କଥା ହୋଇଛନ୍ତି ।