ଶନି, ରବିବାର ମୋ ବସ୍ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରତି ସପ୍ତାହାର ଶନିବାର ଓ ରବିବାର ସଟଡାଉନ୍ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ମୋ ବସ୍ ସେବା ବନ୍ଦ ରଖିବା ପାଇଁ ବସ୍ ପରିଚାଳନା ସଂସ୍ଥା କ୍ରୁଟ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ମାତ୍ର ରେଳ ଷ୍ଟେସନ୍ ଓ ବିମାନବନ୍ଦରରେ ଆସି ପହଞ୍ଚୁଥିବା ଯାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ଥିବା ମୋ ବସ୍ ଏହି ଦୁଇ ଦିନ ଚଳପ୍ରଚଳ କରିବ। ତେବେ ବସ୍ ସେବା ବନ୍ଦ ଯୋଗୁଁ ମାସିକିଆ ପାସ୍ର ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ଲକଡାଉନ୍ ନିୟମ କୋହଳ ପରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା।