ହାଇଦ୍ରାବାଦକୁ ଏୟାରଲିଫ୍ଟ ହେଲେ ବିଧାୟକ ବଦ୍ରି ପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାୟକ ବଦ୍ରି ପାତ୍ରଙ୍କୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କୁ ଭୁବନେଶ୍ୱରରୁ ଏୟାରଲିଫ୍ଟ କରାଯାଇଥିବା ନେଇ ପୁଅ ଦେବପ୍ରିୟ ପାତ୍ର ସୂଚନା ଦେଇଛନ୍ତି।