ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟସ୍ତରରେ ଖୁବଶୀଘ୍ର ମିଶନ ଶକ୍ତି ଭବନ ନିର୍ମାଣ ହେବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ପ୍ରତି ଜିଲ୍ଲାରେ ମିଶନ ଶକ୍ତି ଭବନ ନିର୍ମାଣ କରାଯିବ। ଏଥିଲାଗି ୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏସଏଚଜି ମହାସଂଘର ଇସି ସଦସ୍ୟଙ୍କୁ ମିଟିଂ ଓ ଗସ୍ତ ଖର୍ଚ୍ଚ ମିଳିବ। ଏସମସ୍ତ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିସହିତ ମିଶନ ଶକ୍ତି ଉତ୍ପାଦ ଦ୍ରବ୍ୟ ବିକ୍ରି ପାଇଁ ଇ-ପୋର୍ଟାଲ ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଏହାଦ୍ୱାରା ଦେଶ ବିଦେଶର ଲୋକ ମିଶନ ଶକ୍ତି ଜିନିଷ କିଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।