୨୬ରୁ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ଖାତା ଦେଖା । ଏଚଏସସି, ଏସଓଏସସି ଓ ମଧ୍ୟମା ପାଇଁ ଖାତା ଦେଖା ଆରମ୍ଭ ହେବ । ମାଟ୍ରିକ ଖାତା ମୂଲ୍ୟାୟନ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ ।

ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅନୁପାଳନ କରାଯିବ ବୋଲି ସୂଚନା ରହିଛି । ମୂଲ୍ୟାୟନକୁ ସୁବ୍ୟବସ୍ଥିତ କରିବାକୁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏହାଛଡା ମୂଲ୍ୟାୟନ କେନ୍ଦ୍ର ପାଇଁ ନୋଡାଲ ଅଫିସର ପଠାଇବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ପ୍ରଦାନ କରିଛନ୍ତି ।