ଘୁଞ୍ଚିଲା ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ତାରିଖ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ ତାରିଖ। ୨୦ ମେ ପରିବର୍ତ୍ତେ, ୨୧ ତାରିଖରୁ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ। ଆଜି ଲୋକସେବା ଭବନରେ ସକାଳ ୧୧ଟା ୩୦ରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ ବୈଠକ ବସି ଚୁଡାନ୍ତ ନିଷ୍ପତ୍ତି ହୋଇଛି। ବାତ୍ୟା ଅମ୍ଫାନ ପାଇଁ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ଖାତା ମୂଲ୍ୟାୟନ ଘୁଞ୍ଚାଯାଇଛି। ସେପଟେ ଜୁଲାଇ ୧ରୁ ୧୫ ଭିତରେ ଯୁକ୍ତ ୨ ଅବଶିଷ୍ଟ ପରୀକ୍ଷା ହେବା। କିନ୍ତୁ ଜୁନ ୧ରୁ ଯୁକ୍ତ ଦୁଇ ଖାତା ଦେଖା ହେବ।