ରାମ ମନ୍ଦିରରେ ସାମୁହିକ ବିବାହ, ହାତକୁ ଦି ହାତ ହେଲେ ୨୫ ଯୋଡ଼ି ବରକନ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ଭୁବନେଶ୍ୱର ରାମ ମନ୍ଦିର ପରିଷରରେ ୮ମ ସାମୁହିକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକା ସାଙ୍ଗରେ ୨୫ ଯୋଡ଼ା ବରକନ୍ୟା ବିବାହ ବାନ୍ଧନରେ ବାନ୍ଧି ହୋଇଛନ୍ତି। ସମାଜର ସବୁ ବର୍ଗ, ଗୋଷ୍ଠି, ଜାତି ତଥା ବିଧବା, ଅକର୍ମଣ୍ୟ ଅବହେଳିତଙ୍କୁ ଏକାଠି କରି ‘ପ୍ରୟାସ’ ଅନୁଷ୍ଠାନ ପକ୍ଷରୁ ଏହି ସାମୂହିକ ବିବାହ ଉତ୍ସବ ଆୟୋଜିତ ହୋଇଯାଇଛି।

ସୂଚନା ଅନୁସାରେ ମାର୍ଚ୍ଚ ୧୨ ତାରିଖରେ ମଙ୍ଗନି, ମେହେନ୍ଦୀ ଓ ସଙ୍ଗୀତ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଗତକାଲି ସକାଳ ୧୧ଟା ସମୟରେ ଆର୍ଯ୍ୟ ସମାଜରୁ ବାଜା ନାଚ ଗୀତ ସହିତ ରୋଶଣି କରି ବର ଯାତ୍ରୀ ପହଁଞ୍ଚିଥିଲେ। ଏହା ପରେ ରାମ ମନ୍ଦିର ପରିଷରରେ ବିବାହ କାର୍ଯ୍ୟ ସମ୍ପନ ହୋଇଥିଲା। ଏହି ୨୫ ଯୋଡ଼ିଙ୍କ ମଧ୍ୟରେ ଅନ୍ଧ ଯୋଡ଼ି ମଧ୍ୟ ଅଛନ୍ତି।

ଅନୁଷ୍ଠାନ ତରଫରୁ ବରକନ୍ୟାଙ୍କୁ ବର୍ଷକ ପାଇଁ ଜିନିଷପତ୍ର ଯୋଗାଇ ଦିଆଯାଇଥିବା ସଦସ୍ୟ ବନ ମହାନ୍ତି ସୂଚନା ଦେଇଛନ୍ତି। ଏହି ସାମୁହିକ ବିବାହ ଦ୍ୱାରା ପ୍ରତିକାର ସ୍ୱରୂପ ନବବଧୂକୁ ସଚେତନ କରାଇବା , ଆର୍ଥିକ ଅନଗ୍ରସର ମାନଙ୍କୁ ପ୍ରାଧାନ୍ୟ ଦେବା, ଯୌତୁକ ବିରୋଧରେ ସଚେତନତା ଶିକ୍ଷିତ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସାମୁହିକ ବିବାହ ଉତ୍ସବ ଆୟୋଜିତ ହୋଇଛି ବୋଲି ପ୍ରୟାସର ମୁଖ୍ୟ କହିଛନ୍ତି।