ମାଲକାନଗିରିର ସୋନୁଗୁଡ଼ା ଜଙ୍ଗଲରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏଥିରେ ବୁଧବାର ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି ।
ଏହି ଗୁଳିକାଣ୍ଡ ଚାଲିଥିବାବେଳେ ଅପରାହ୍ଣରେ ରାକେଶ ସୋଡ଼ି ନାମକ ଜଣେ ମାଓବାଦୀ ନିହତ ହୋଇଛି । ଏଥିସହ ପୁଲିସ ସମସ୍ତ ମାଓବାଦୀ ସାମଗ୍ରୀ ଜବତ କରିଥିବା ଜଣାଯାଇଛି ।