ମମିତା ହତ୍ୟା ମାମଲା ହାଇକୋର୍ଟ ମୁହାଁ

କଟକ,ଏନ୍ଏନ୍ଏସ୍: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ହାଇକୋର୍ଟ ମୁହାଁ ହୋଇଛି। ଉକ୍ତ ମାମଲାର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ୍ୟ ମାମଲା ଦାୟର ହୋଇଛି। ପୀଡ଼ିତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି। ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

ଅନ୍ୟପଟେ ମମିତାଙ୍କ ମୋବାଇଲ ଖୋଜିବା ପାଇଁ ପୁଲିସ ମୃତଦେହ ପୋଡ଼ା ଯାଇଥିବା ସ୍ଥାନରେ ପହଂଚିଛି। ମେଟାଲ ଡିଟେକ୍ଟର ଲଗାଇ ମମିତାଙ୍କ ମୋବାଇଲ ଖୋଜା ଉଦ୍ୟମ ଜାରି ରହିଛି। ମମିତାଙ୍କ ମୋବାଇଲରୁ ଗୋବିନ୍ଦର କଳା କାରନାମାର ପ୍ରମାଣ ମିଳିବାର ସମ୍ଭାବନା ରହଥିବା ଜଣାପଡ଼ିଛି।