ଆଜି ସାରା ରାଜ୍ୟରେ ପାଳନ ହେଉଛି ମକର ସଂକ୍ରାନ୍ତି

ଆଜି ପବିତ୍ର ମକର ସଂକ୍ରାନ୍ତି। ତେବେ ଏହି ଉତ୍ସବଟିକୁ ସାରା ଦେଶରେ ପାଳନ କରାଯାଉଛି। ତେବେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ  ଏହି ଉତ୍ସବ ପାଳନ ହେଉଥିବା ବେଳେ ଏହି ଦିନରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି। ଆଜି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଛି । 

ଓଡିଶାରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଉଥିବା ବେଳେ ଏହି ପର୍ବକୁ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଏବଂ ଗୁଜରାଟରେ ଉତ୍ତରାୟଣ ଭାବେ ପାଳନ କରାଯାଏ ।

ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କୁ ମକର ଚୌରାସୀ ବେଶରେସୁସଜିତ କରାଯାଏ ଓ ମକର ଚାଉଳ ଲାଗି କରାଯାଏ। ନୂଆ ଅରୁଆ ଚାଉଳ,ନୂଆ ଗୁଡକଦଳୀ,ଛେନା, ଘିଅ ଆଦିରେ ଏହି ମକର ଚାଉଳ ପ୍ରସ୍ତୁତ କରାଯାଏ।