ପୁରୀ,ଏନ୍ଏନ୍ଏସ୍: ନଅ ଦିବସୀୟ ଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ସାନଭଉଣୀ ସୁଭଦ୍ରାଙ୍କ ସହିତ ଆଜି ଶ୍ରୀମନ୍ଦିର ଅଭିମୁଖେ ଫେରୁଛନ୍ତି। କୋଭିଡ-୧୯ କଟକଣା ମଧ୍ୟରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ରଥଯାତ୍ରା ପରି ବଡ଼ଦାଣ୍ଡରେ ବିନା ଭକ୍ତରେ ବାହୁଡ଼ା ଯାତ୍ରା କରାଯାଉଛି। ଏଥିରେ ସେବାୟତଙ୍କ ଦ୍ୱାରା ରଥଟଣାଯିବ। ଭଗବାନ ଶ୍ରୀଜଗନ୍ନାଥଙ୍କ ଚଳିତ ବର୍ଷର ଶେଷ ଆଡ଼ପ ଦର୍ଶନ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହେବା ପରେ ବାହୁଡ଼ା ନୀତି ଆରମ୍ଭ ହୋଇଥିଲା। ଆଜି ସକାଳୁ ମହାପ୍ରଭୁଙ୍କର ବିଭିନ୍ନ ପାରମ୍ପାରିକ ନୀତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି।
