Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୋଭିଡ ଚିକିତ୍ସା ଖର୍ଚ୍ଚ ପାଇଁ ବିବରଣୀ ଦେଲେ ରାଜ୍ୟ ସରକାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୋଭିଡ ଚିକିତ୍ସା ଖର୍ଚ୍ଚ ପାଇଁ ବିବରଣୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରତି କରୋନା ରୋଗୀଙ୍କ ପିଛା ଦୈନିକ ଚିକିତ୍ସା ଖର୍ଚ୍ଚକୁ ନେଇ ବିବରଣୀ ଦେଲେ ସରକାର। ଏନେଇ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମେତ ୩ ମହାନଗର ନିଗମ କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଲିକା ପ୍ରଦାନ ହୋଇଛି। ଏହି ତାଲିକା ଅନୁଯାୟୀ ଘରୋଇ ହସ୍ପିଟାଲଙ୍କୁ ସରକାର ଅର୍ଥ ପ୍ରଦାନ କରିବେ। ସାଧାରଣ ବେଡରେ ଚିକତ୍ସା ପାଉଥିବା ରୋଗୀଙ୍କ ପାଇଁ ୧୨ ଶହରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ। ଖାଦ୍ୟ, ଔଷଧ, ସାନିଟାଇଜର, ବିଭିନ୍ନ ଡାକ୍ତରୀ ପରୀକ୍ଷା, ପିପିଇ କିଟ ଆଦି ବାବଦରେ ୧୭୫୦ଟଙ୍କା ଖର୍ଚ୍ଚ କରାଯିବ। ସେ ମଧ୍ୟରେ ଲଣ୍ଡ୍ରି ପାଇଁ ୨୦୦ ଟଙ୍କା, ସାନିଟାଇଜର ପାଇଁ ୬୦ ଟଙ୍କା, ଖାଦ୍ୟ ପାଇଁ ୨୪୦ ଟଙ୍କା, ଔଷଧ ବାବଦରେ ୩୦୦ ଟଙ୍କା, ପିପିଇ କିଟ ପାଇଁ ୫୦୦ ଟଙ୍କା, ପରୀକ୍ଷଣ ପାଇଁ ୨୦୦ ଟଙ୍କା ଓ ଅନ୍ୟାନ୍ୟ କଞ୍ଜ୍ୟୁମେବୁଲ ପାଇଁ ୨୫୦ ଟଙ୍କା ଖର୍ଚ୍ଚ ହେବ।

ଆଇସିୟୁରେ ଚିକିତ୍ସାଧୀନ ବ୍ୟକ୍ତିଙ୍କ ପାଇଁ ବେଡ ପିଛା ୨ ହଜାରରୁ ୫ ହଜାର ଟଙ୍କା ଖର୍ଚ୍ଚ ହେବ। ଏହାସହିତ ଆଇସିୟୁ ରୋଗୀଙ୍କ ଖାଦ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୨ ହଜାର ଟଙ୍କା ଖର୍ଚ୍ଚ ହେବ। ସେ ମଧ୍ୟରେ ରହିଛି ଲଣ୍ଡ୍ରି ପାଇଁ ୨୦୦ ଟଙ୍କା, ସାନିଟାଇଜର ପାଇଁ ୬୦ ଟଙ୍କା, ଖାଦ୍ୟ ପାଇଁ ୨୪୦ ଟଙ୍କା, ଔଷଧ ପାଇଁ ୭ ହଜାର ଟଙ୍କା, ପିପିଇ ପାଇଁ ୧୫୦୦ ଟଙ୍କା ଓ ଅନ୍ୟାନ କଞ୍ଜ୍ୟୁମେବୁଲ ପାଇଁ ହଜାରେ ଟଙ୍କା ଖର୍ଚ୍ଚ ହେବ।

ଆଇସିୟୁରେ ଭେଣ୍ଟିଲେଟର ସହ ରହୁଥିବା ରୋଗୀଙ୍କ କ୍ଷେତ୍ରରେ ବେଡ ପିଛା ୨ହଜାରରୁ ୫ହଜାର ଟଙ୍କା ପ୍ରଦାନ କରାଯିବ। ଖାଦ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୩ହଜାର ଟଙ୍କା ପ୍ରଦାନ କରାଯିବ। ସେ ମଧ୍ୟରେ ରହିଛି ଲଣ୍ଡ୍ରି ପାଇଁ ୨୦୦ ଟଙ୍କା, ସାନିଟାଇଜର ପାଇଁ ୬୦ ଟଙ୍କା, ଖାଦ୍ୟ ପାଇଁ ୨୪୦ ଟଙ୍କା, ଔଷଧ ପାଇଁ ୭ ହଜାର ଟଙ୍କା, ପିପିଇ ପାଇଁ ୧୫୦୦ ଟଙ୍କା, ଅନ୍ୟାନ୍ୟ କଞ୍ଜ୍ୟୁମେବୁଲ ପାଇଁ ହଜାରେ ଟଙ୍କା ଏବଂ ଡକ୍ଟର ଅନ କଲ ପାଇଁ ହଜାରେ ଟଙ୍କା ଖର୍ଚ୍ଚ ହେବ।

କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ବେଡ ପିଛା ହଜାରେ ଓ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୦୦୦ ଟଙ୍କା ପ୍ରଦାନ କରାଯିବ। ଲଣ୍ଡ୍ରି ପାଇଁ ୨୦୦ ଟଙ୍କା, ସାନିଟାଇଜର ପାଇଁ ୬୦ ଟଙ୍କା, ଖାଦ୍ୟ ପାଇଁ ୨୪୦ ଟଙ୍କା, ଔଷଧ ପାଇଁ ଶହେ ଟଙ୍କା, ମାସ୍କ ପାଇଁ ୨୦୦ ଟଙ୍କା ଓ ବିଭିନ୍ନ ଡାକ୍ତରୀ ପରୀକ୍ଷା ପାଇଁ ୨୦୦ ଟଙ୍କା ଖର୍ଚ୍ଚ ହେବ। ସେହିଭଳି ସରକାର କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ହୋମର ଚିକିତ୍ସା ବ୍ୟବସ୍ଥା ଓ ଖାଦ୍ୟର ମାନ ପରୀକ୍ଷଣ ପାଇଁ ଏକ ଟିମ ଗଠନ କରିଥିବା ସୂଚନା ଦେଇଛନ୍ତି।