ଲିଙ୍ଗରାଜ ମାର୍କେଟ୍ କମ୍ଫେ୍ଲକ୍ସରୁ ଉଚ୍ଛେଦ ଆରମ୍ଭ

ଭୁୁବନେଶ୍ୱର,ଏନ୍ଏନ୍ଏସ୍ : ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମାର୍କେଟ୍ କମ୍ଫେ୍ଲକ୍ସରୁ ଉଚ୍ଛେଦ କାର୍ୟ୍ୟ ଆରମ୍ଭ ହୋଇଛି । ଏଥିପାଇଁ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଉଚ୍ଛେଦ କାର୍ୟ୍ୟରେ ୪ ଟି ଜେସିବିର ବ୍ୟବହାର କରାଯାଇଛି । ଉକ୍ତ କମ୍ଫେ୍ଲକ୍ସରେ୧୦୧ଟି ଦୋକାନ ଘର ରହିଥିବା ବେଳେ ୪୮ ଙ୍କୁ ଥଇଥାନ କରାଯାଇଛି । ବିଏମସି ଓ ବିଡିଏ ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା ଜାରୀ ରହିଛି । ୨୦୧୩ ରୁ ଉକ୍ତ କୋଠାକୁ ଅସୁରରକ୍ଷିତ ଘୋଷଣା କରାଯାଇ ନୋଟିସ୍ ଦିଆଯାଇଥିଲା