ଏଣିକି ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯିବ ଚୂନା ମାଛ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୩ ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତି ମହିଳା ଏବଂ କିଶୋରୀଙ୍କୁ ଏଣିକି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଚୂନା ମାଛ ମିଳିବ। ପାଇଲଟ୍ ପ୍ରକଳ୍ପରେ ମୟୂରଭଞ୍ଜ ଜିଲ୍ଲାରେ ଯୋଜନା ଆରମ୍ଭ କରାଯିବ।
୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଅନୁସାରେ ପିଲାଙ୍କୁ ଚୂନା ମାଛ ଦିଆଯିବ। ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି।