ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ୨୦୧୪ ଓ ୨୦୧୫ ମସିହା ପାଇଁ ଘୋଷଣା କରାଯାଇଥିବା ୧୦ ଜଣ ଶିଳ୍ପୀଙ୍କୁ ପୁରସ୍କୃତ କରାଯାଇଛି। ଶୁକ୍ରବାର ର୍ପୂବାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରେକ୍ଷାଳୟରେ ଏହି ୧୦ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣୀଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ୨୦୧୪ ମସିହା ପାଇଁ ସ୍ୱର୍ଗତ ଶରତ କୁମାର ରଥଙ୍କ ମରଣୋତ୍ତର ଭାବେ ତାଙ୍କ ପତ୍ନୀ କମଳିନୀ ରଥ, ସ୍ୱର୍ଗତ ହରିଶ ଚନ୍ଦ୍ର ସିହ୍ନା ବାବୁଙ୍କ ପାଇଁ ମରଣୋତ୍ତର ଭାବେ ତାଙ୍କ ସହଧର୍ମିଣୀ ବିଳାଶ କୁମାରୀ ଚୋ÷ଧୁରୀ, ଦେବରାଜ ସାହୁଙ୍କ ପାଇଁ ମରଣୋତ୍ତର ଭାବେ ତାଙ୍କ ପତ୍ନୀ ସତ୍ୟଭାମା ସାହୁ, ସ୍ୱର୍ଗତ ମହାନ୍ତିଙ୍କ ପାଇର୍ ମରରତ୍ତୋର ଭାବେ ତାଙ୍କ ପତ୍ନୀ ରେଣୁକା ମହାନ୍ତି ଓ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ଅଙ୍ଗବସ୍ତ୍ର, ଉପଢ଼ୋ÷କନ, ମାନପତ୍ର ସହ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ୨୦୧୫ ମସିହା ପାଇଁ ସ୍ୱର୍ଗତ ଚିତ୍ରା ପଟ୍ଟନାୟକଙ୍କ ପାଇଁ ମରଣୋତ୍ତର ଭାବେ ତାଙ୍କ ସ୍ୱାମୀ ସତୀଶଚନ୍ଦ୍ର ପଟ୍ଟନାୟକ, ରାମହରି ଜେନା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଛି। ଅନ୍ୟପଟେ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ୍ୟ ବିବେଚିତ ପଦ୍ମଶ୍ରୀ କୈଳାସ ମେହେର ଓ ଶୈଳବାଳା ନାୟକ ଅନୁପସ୍ଥିତ ଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଏକାଡ଼େମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଏସ୍.ଡ଼ି ମନସ୍ୱିନୀ ସାହୁ ଉପସ୍ଥିତ ରହିଥିଲେ। ଏକାଡ଼େମୀର ସଚିବ ରାଜେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପୁରସ୍କୃତ ଶିଳ୍ପୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ସୂଚନା ଯୋଗ୍ୟ, ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ୨୦୧୪ ଏବଂ ୨୦୧୫ ମସିହା ପାଇଁ ଧର୍ମପଦ ପରସ୍କାର ପାଇଁ ଶିଳ୍ପୀଙ୍କ ମଧ୍ୟରେ ଶୈଳବାଳା ନାୟକ ଓ ପତି ଚନ୍ଦ୍ରମଣି ବିଶ୍ୱାଳଙ୍କୁ ପୂର୍ବରୁ ଚୟନ କରାଯାଇଥିଲା। ପରେ ପତି ଚନ୍ଦ୍ରମଣି ବିଶ୍ୱାଳଙ୍କ ନାମରେ ଭିଜିଲାନ୍ସ ମାମଲା ଥିବା ଦର୍ଶାଇ ଏହି ତାଲିକାରୁ ତାଙ୍କୁ ବାଦ ଦିଆଯାଇଥିଲା। ତେବେ ଏହାପରେ ପତ୍ନୀ ଶୈଳବାଳା ମଧ୍ୟ ଏହି ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହା ପତିଙ୍କ ପ୍ରତି ଅପମାନ ହେବ ବୋଲି ସେ କହିଥିଲେ। ଚନ୍ଦ୍ରମଣିଙ୍କ ନାମରେ ୨୦୧୦ରୁ ଭିଜିଲାନ୍ସ ମାମାଲା ରହିଥିଲେ ମଧ୍ୟ ତାଙ୍କୁ ଚୟନ କରାଯାଇଥିଲା କିପରି ବୋଲି ଚନ୍ଦ୍ରମଣି ପାଲଟା ପ୍ରଶ୍ନ କରିଥିଲେ। ଶିଳ୍ପୀ ପୁରସ୍କାର ପାଇଁ ସେ ଆବେଦନ କରିନଥିଲେ। ତାଙ୍କୁ ସ୍ୱତଃଭାବେ ଏକାଡ଼େମୀ ପକ୍ଷରୁ ଚୟନ କରାଯାଇଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଏଥିରୁ ବାଦ ଦେବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି।