ପ୍ରଭାସଙ୍କ ହିରୋଇନ ସାଜିବେ କ୍ରିତି

ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଲକଡାଉନ ସମୟରେ ତାଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ପୋଷ୍ଟର ସେୟାର କରିଥିଲେ। ପୋଷ୍ଟରରୁ ଏହା ରାମାୟଣ ଦ୍ୱାରା ପ୍ରେରିତ ବୋଲି ଜଣାପଡ଼ୁଥିଲା। ଆଉ ପ୍ରଭାସ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ରୂପରେ ନଜର ଆସିଥିଲେ। କିନ୍ତୁ ପ୍ରଭାସଙ୍କ ବିପକ୍ଷରେ କେଉଁ ହିରୋଇନ ଅଭିନୟ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ବହୁ କଳ୍ପନା ଜଳ୍ପନା ପରେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସେନନ ନଜର ଆସିବେ ବୋଲି ସୂଚନା ମିଳିଛି। ଫିଲ୍ମରେ କ୍ରିତିଙ୍କୁ ସମ୍ମାନନୀୟ ଓ ଶାନ୍ତ ସ୍ୱଭାବ ବିଶିଷ୍ଟ ମା’ସୀତାଙ୍କ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ପ୍ରଭାସ ଓ କ୍ରିତିଙ୍କ ସହ ସୈଫ ଅଲ୍ଲୀ ଖାନ୍ ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ।

ସୂଚନାଯୋଗ୍ୟ, ‘ଆଦିପୁରୁଷ’ ଫିଲ୍ମ ହିନ୍ଦୀ ଓ ତେଲୁଗୁ ଭାଷାରେ ସୁଟିଂ ହେବ। ଏହାକୁ ପରେ ତାମିଲ, ମଲାୟଲମ, କନ୍ନଡ଼ ଓ ଅନେକ ଅନ୍ତରାଷ୍ଟ୍ରୀୟ ଭାଷାରେ ଡବ କରି ରିଲିଜ କରାଯିବ। ଫିଲ୍ମ ଏବେ ପ୍ରୀ ପ୍ରଡୋକ୍ସନ ଷ୍ଟେଜରେ ଥିବାବେଳେ ୨୦୨୧ ଜାନୁଆରୀରେ ସୁଟିଂ ଆରମ୍ଭ ହେବ। ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ‘ଆଦିପୁରୁଷ’ ଫିଲ୍ମ ୨୦୨୨ ଅଗଷ୍ଟ ୧୧ରେ ରିଲିଜ ହେବ।