ଏଣିକି ୧୨ଶହ ଟଙ୍କାରେ କୋଭିଡ ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି କୋଭିଡ ପରୀକ୍ଷଣ ୧୨ଶହ ଟଙ୍କାରେ ହେବ। ଘରୋଇ ପରୀକ୍ଷାଗାରରେ ହେଉଥିବା ଆରଟି-ପିସିଆର ପରୀକ୍ଷାର ଦାମ ହ୍ରାସ ହୋଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଏହାର ଦାମ ୨୨ ଶହ ଟଙ୍କା ଥିବାବେଳେ ଏବେ ତାହା ୧୨ଶହ ଟଙ୍କାକୁ ହ୍ରାସ କରାଯାଇଛି ।

 

ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏହି ସୁବିଧା କେବଳ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ, ସମ ହସ୍ପିଟାଲ, ଜେନେକ୍ସ, କିଟ୍ ପରିସରରେ ଥିବା ଇନଡିଏନଏ ଲାଇଫ ସାଇନ୍ସରେ ଉପଲବ୍ଧ ହୋଇପାରିବ ।