ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି କୋରାପୁଟ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼୍ ମାଧ୍ୟମରେ ଏହା ଅନୁଷ୍ଠିତ ହେବା ନେଇ ସୁଚନା ମିଳିଛି। କୋରାପୁଟ୍ ଜିଲ୍ଲାର ୧୨ ଲକ୍ଷ ଲୋକେ ଏହି ଯୋଜନାରେ ସୁବିଧା ପାଇ ପାରିବେ।
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଏହି ଆୟୋଜନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଭଚ୍ୟୁଆଲ ମେଡ଼ରେ ୧୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଥମେ ବଣ୍ଟନ କରାଯିବ ପରେ ଅନ୍ୟ ହିତାଧିକାରୀଙ୍କୁ ଦିଆଯିବ।
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟକାର୍ଡ଼ ବଣ୍ଟନ କରୁଥିବା ବେଳେ ବର୍ତ୍ତମାନ ସେହି ଜିଲ୍ଲାରେ ଏବେ କୋରାପୁଟ୍ ଯୋଡ଼ି ହେବ। ଯାହାକୁ ନେଇ ଅଧିକ ଖୁସି ବ୍ୟକ୍ତ କରିଛନ୍ତି କୋରାପୁଟ୍ ବାସିନ୍ଦା। ଜିଲ୍ଲାରେ ମୋଟ ୩ ଲକ୍ଷ ୭୦ ହଜାର କାର୍ଡ ବଣ୍ଟନ କରାଯିବ।
ଲୋକେ କିଭଳି ସୁବିଧାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ପାଇପାରିବେ ସେ ନେଇ ପଞ୍ଚାୟତ ଓ ବ୍ଲକ ସ୍ତରରେ ବ୍ୟବସ୍ଥା କରାଯାଇଛି। କେବଳ ସ୍ମାର୍ଟ କାର୍ଡ଼ ପାଇଗଲେ ହେବ ନାହିଁ ଏହା ଦ୍ୱାରା ଲୋକମାନେ କିପରି ଭାବେ ଉପକାର ପାଇବେ ସେ ନେଇ ମଧ୍ୟ ଲୋକମାନଙ୍କୁ ପର୍ଯ୍ୟାୟକ୍ରମେ ବୁଝାଇବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି।