ସ୍ୱରାଙ୍କୁ ବି-ଗ୍ରେଡ ହିରୋଇନ କହୁଥିବା କଙ୍ଗନା ଜଣାଇଲେ ବିବାହର ଶୁଭକାମନା

ମୁମ୍ବାଇ: ନିଜ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱରାଙ୍କୁ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ଖାସ୍ କଥାଟି ହେଲା, ସର୍ବଦା ସ୍ୱରାଙ୍କୁ କଟାକ୍ଷ କରୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ମଧ୍ୟ ତାଙ୍କୁ ଟ୍ୱିଟର ଯୋଗେ ଶୁଭକାମନା ଜଣାଇଛନ୍ତି ।

ସ୍ୱରାଙ୍କୁ ଶୁଭକାମନା ଜଣାଇ କଙ୍ଗନା ଲେଖିଛନ୍ତି ଯେ, ଆପଣ ଦୁହେଁ ଖୁସି ଲାଗୁଛନ୍ତି ଏବଂ ଭଗବାନଙ୍କ ଆର୍ଶୀବାଦ ମଧ୍ୟ ରହିଛି । ବିବାହ ମନରେ ହୋଇଥାଏ ବାକି ସବୁ ଆନୁଷ୍ଠାନିକ ମାତ୍ର ।

ସୂଚନାଯୋଗ୍ୟ, ସ୍ୱରା ଓ ଫହାଦ ଜାନୁଆରୀ ୬ ତାରିଖରେ କୋର୍ଟ ମ୍ୟାରେଜ କରିଛନ୍ତି । ଆଗାମୀ ମାସ ପାରମ୍ପରିକ ଢଙ୍ଗରେ ନିକାହ କରିବେ ।