ଭୁବନେଶ୍ୱର,ଏନ୍ଏନ୍ଏସ୍: ତାମିଲନାଡ଼ୁର ରାଜନୈତିକ ଦଳ ଏମଏନଏମର ପ୍ରତିଷ୍ଠାତା ତଥା ଅଭିନେତା କମଲ ହାସନ ଆଜି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରି ଜାତୀୟ ରାଜନୀତି ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଦଳର ଭବିଷ୍ୟତ ଯୋଜନା ଉପରେ ଆଲୋଚନା ହୋଇଥିଲା।
ଅପର ପକ୍ଷରେ କମଳ ହାସନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କାଳରେ ରାଜନୈତିକ ଉପାଦେୟ ପରାମର୍ଶ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୈନନ୍ଦିନ ଜୀବନଶୈଳୀ ବହୁ ପାଖରୁ ଦେଖିଲେ ଏବଂ ସେଥିରୁ ମଧ୍ୟ କିଛି ଶିକ୍ଷା କଲେ। ତାଙ୍କର ରାଜନୈତିକ ଏବଂ ଶାସନର ଅଭିଜ୍ଞତା ସମ୍ପର୍କରେ ଜାଣିବାର ସୁଯୋଗ ପାଇଲେ।