କାଳିଆ ଯୋଜନାରେ ୪୫,୯୬୫ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କାଳିଆ ଯୋଜନାରେ ଦିଆଯାଇଥିବା ଟଙ୍କା ହିତାଧିକାରୀଙ୍କ ମଧ୍ୟରେ ୪୫,୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ସେମାନେ ନେଇଥିବା କାଳିଆ ଟଙ୍କା ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ବୁଧବାର ବିଧାନସଭାରେ ପ୍ରକାଶ କରିଛନ୍ତି ।

ବିଧାୟକ ତାରା ପ୍ରସାଦ ବାହିନୀପତି , ଅଶ୍ୱିନୀ ପାତ୍ର ଏବଂ ଅନନ୍ତ ଜେନାଙ୍କ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ କାଳିଆ ଯୋଜନାରେ ସମୁଦାୟ ୫୧,୫,୨୯୦ ଜଣ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିଲା । ଏବାବଦରେ ୨୫୫୨,୬୪,୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।