ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ କରୋନା କଟକଣାରେ ଅନେକ ଲୋକ ନିଜର ରୋଜଗାର ପନ୍ଥା ହରାଇଛନ୍ତି। ସେହିପରି ଚାଷୀମାନେ ଫସଲର ସଠିକ ମୂଲ୍ୟ ପାଉନାହାନ୍ତି। ବର୍ତ୍ତମାନ ଖରିଫ ଫସଲ ଆରମ୍ଭ ହେବାର ସମୟ। ଏହି ସମୟରେ ଚାଷୀଙ୍କୁ ଟଙ୍କାର ବିଶେଷ ଆବଶ୍ୟକ ରହିଥାଏ। ଏନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ‘କାଳିଆ’ ଟଙ୍କା ଫେରସ୍ତ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ସେହିପରି ଚାଷୀଙ୍କୁ ଟଙ୍କା ଫେରସ୍ତ ପାଇଁ ଚାପ ନ ପକାଇବାକୁ ନିଷ୍ପତ୍ତି ହୋଇଛି।
ସୂଚନା ଅନୁସାରେ ପୂର୍ବରୁ ଅଯୋଗ୍ୟ ହିତାଧିକାରୀମାନଙ୍କୁ ‘କାଳିଆ’ ଟଙ୍କା ଫେରସ୍ତ ପାଇଁ ସୂଚନା ଦିଆଯାଇଥିଲା। ଏନେଇ କୃଷି ବିଭାଗ ପକ୍ଷରୁ ବ୍ୟାଙ୍କ ଏକାଉଣ୍ଟ ନମ୍ବର ସହ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।