ନନ୍ଦନକାନନରେ କଲରାପତରିଆ ବାଘ ସୁରଜର ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ପୁଣି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଦେଢ଼ ମାସ ହେବ ଟିଙ୍କଜନିତ ରକ୍ତ ସଂକ୍ରମଣରେ ସେ ପୀଡ଼ିତ ଥାଇ ଚିିକିତ୍ସିତ ହେଉôଥବା ବେଳେ ବାଘଟିକୁ ବୟସ ହୋଇଯାଇଥିଲା। ମୃତ କଲରାପତରିଆ ବାଘର ନାମ ସୁରଜ(୧୬) ବୋଲି ସୂଚନା ମିଳିଛି। ସୁରଜର ମୃତ୍ୟୁ ପରେ ନନ୍ଦନକାନନରେ ବର୍ତ୍ତମାନ ୩ ଅଣ୍ଡିରା ଏବଂ ୨ମାଈ କଲରାପତରିଆ ବାଘ ଅଛନ୍ତି।

ସୂଚନାଯୋଗ୍ୟ, ଗତ ଦେଢ଼ ମାସ ହେବ ଟିଙ୍କଜନିତ ରକ୍ତ ସଂକ୍ରମଣରେ ପୀଡ଼ିତ ଥାଇ ସେ ଚିିକିତ୍ସିତ ହେଉଥିଲା। ଏଥିସହିତ କିଛିଦିନ ହେବ ଡାଏରିଆ ହୋଇ ବାଘ ଖିଆପିଆ ଛାଡ଼ି ଦେଇଥିଲା। ଫଳରେ ସେ ଦୁର୍ବଳ ହୋଇପଡ଼ିଥିଲା। ନିଶ୍ୱାସ-ପ୍ରଶ୍ୱାସ ନେବାରେ ସୁରଜକୁ ଅସୁବିଧା ହେଉଥିଲା। କିନ୍ତୁ ଚିକିତ୍ସା ପରେ ଏଥିରେ ଉନ୍ନତି ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଗତକାଲି (ମଙ୍ଗଳବାର) ରାତି ପ୍ରାୟ ୧୧ଟାରେ ତାର ମୃତ୍ୟୁ ହୋଇଯାଇଛି।

ସୁରଜକୁ ଜୁଲାଇ ୨୦୦୪ରେ ଭଞ୍ଜନଗରରୁ ୩-୪ ମାସ ବୟସରେ ନନ୍ଦନକାନନକୁ ଅଣାଯାଇଥିଲା। ଅନ୍ୟପକ୍ଷରେ ଯଦି ଦେଖିବା ନନ୍ଦନକାନନରେ ବାଘ ସଂଖ୍ୟା ଧିରେ ଧିରେ ଲୋପ ପାଇବାରେ ବସିଲାଣି ।