କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷିତ

  • ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଘୋଷଣା କଲା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ। ୨୦୧୯ ଓ ୨୦୨୦ ବର୍ଷ ପାଇଁ ଏକାଡେମୀର ଏହି ସର୍ବୋଚ୍ଚ ସମ୍ମାନ ଶୁକ୍ରବାର ଘୋଷଣା କରିଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ। ଏଥିସହିତ ଏକାଡେମୀ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ୨୦୧୯ ବର୍ଷ ପାଇଁ ଅଭିନୟ ଓ ନିର୍ଦ୍ଦେଶନା ପାଇଁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହେବେ ଅନନ୍ତ ମହାପାତ୍ର। ସେହିପରି ୨୦୨୦ ବର୍ଷ ପାଇଁ ଓଡ଼ିଶୀ ନୃତ୍ୟ ପାଇଁ କୁମକୁମ୍ ମହାନ୍ତିଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯିବ। ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳା ସାଧକମାନଙ୍କର ଆଜୀବନ ସାଧନ ପାଇଁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯାଉଛି।
  • ସେହିପରି ୨୦୧୯ ବର୍ଷ ପାଇଁ ୧୭ ଜଣଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ୨୦୨୦ ବର୍ଷ ପାଇଁ ମଧ୍ୟ ୧୭ ଜଣଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ସୋମବାର ଅପରାହ୍ନ ସାଢ଼େ ୪ଟା ୩୦ ମିନିଟରେ ରବିନ୍ଦ୍ର ମଣ୍ଡପରେ ବିଶିଷ୍ଟ ଶିଳ୍ପୀଙ୍କୁ ପୁରସ୍କୃତ କରାଯିବ ବୋଲି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ସୂଚନା ଦେଇଛନ୍ତି।