ଆଗ୍ରା ସେଣ୍ଟାଲ ଜେଲରେ ଫିଲ୍ମର ସ୍କ୍ରିନିଂ କରାଇଲେ ଜୁନିୟର ବଚ୍ଚନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଫିଲ୍ମ ‘ଦସବି’କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଅଭିଷେକ ନିଜ ଟିମ୍ ସହ ଆଗ୍ରା ସେଣ୍ଟ୍ରାଲ ଜେଲରେ ଫିଲ୍ମର ସ୍କ୍ରିନିଂ କରାଇଛନ୍ତି । ଏହାର ଭିଡିଓ ନିଜେ ଅଭିଷେକ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିସହିତ ବର୍ଷକ ପୂର୍ବରୁ କରିଥିବା ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି କ୍ୟାପ୍ସନରେ ଲେଖିଛନ୍ତି ।

ଅନ୍ୟପଟେ ଜେଲର କହିଛନ୍ତି ଯେ, ଫିଲ୍ମ ପାଇଁ ଜେଲ ଭିତରେ ଥିଏଟର ଭଳି ପରଦା ପ୍ରସ୍ତୁତ କରାଯାଇଥିଲା । ଫିଲ୍ମ ଦେଖାଇବା ପାଇଁ ଜେଲରେ ପୂର୍ବରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଫଳରେ ଏକାସହ ୧୪୦୦ଜଣ ଫିଲ୍ମ ଦେଖିଥିଲେ । ଅଭିଷେକଙ୍କୁ ନିଜ ଭିତରେ ପାଇ କଏଦୀ ଖୁବ୍ ଖୁସି ଥିଲେ ।