ଭୂବନେଶ୍ୱର,ଏନ୍ଏନ୍ଏସ୍: ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିଃ(ଜେଏସପିଏଲ)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଶନିବାର ଲୋକସେବା ଭବନ ଠାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ଏବଂ ଇସ୍ପାତ ଓ ଖଣିବିଭାଗ, ଶିଳ୍ପବିଭାଗ, ଜଳସଂପଦ ବିଭାଗ ଓ ଅନ୍ୟାନ୍ୟ ସଚିବମାନଙ୍କ ସହ ଆଲୋଚନା କରି ଇସ୍ପାତ କାରଖାନା ନିମନ୍ତେ କଞ୍ଚାମାଲ ସୁରକ୍ଷା ପାଇଁ ଦାବି କରିଛନ୍ତି। ଏହା ସହିତ ଲୁହା ପଥର ଖଣି ନିଲାମରେ ରାଜ୍ୟରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିବା କମ୍ପାନୀମାନଙ୍କୁ ଅଗ୍ରାଧିକାର ଦେବା ନିମନ୍ତେ ମଧ୍ୟ ସେ ଦାବି କରିଥିଲେ ।
ଯେଉଁ କମ୍ପାନୀଗୁଡିକ ଓଡିଶାରେ ହଜାର ହଜାର କୋଟି ନିବେଶ କରି ଇସ୍ପାତ କାରଖାନା କରିବା ସହିତ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଲୁହା ପଥର ଖଣି ନିଲାମରେ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ଶ୍ରୀ ଜିନ୍ଦଲ କହିଥିଲେ। ଲୁହାପଥର ଖଣିକୁ ପ୍ରଥମେ କାପ୍ଟିଭ୍ ବ୍ୟବହାର ନିମନ୍ତେ ଦେବାପରେ ମର୍ଚ୍ଚାଣ୍ଟ ମାଇନିଂ ପାଇଁ ଦେବା ପାଇଁ ଅନୁରୋଧ କରିଛନ୍ତି ବୋଲି ଶ୍ରୀ ଜିନ୍ଦଲ କହିଥିଲେ।
