ଓଡ଼ିଶା ମାଟିରେ ନବୀନଙ୍କୁ ନଡ୍ଡାଙ୍କ ଟାର୍ଗେଟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଖୋର୍ଦ୍ଧା ବାଣପୁରରେ ଏକ ଜନସଭାରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ନଡ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଭାବେ ଟାର୍ଗେଟ ମଧ୍ୟ କରିଛନ୍ତି । ନଡ୍ଡା କହିଛନ୍ତି ଯେ, ଏହା ଏଭଳି ଏକ ପ୍ରଦେଶ ଯେଉଁଠି ସରକାର କିଏ ଚଲାଉଛି ତାହା ଜଣାପଡ଼ୁନି । ଏଭଳି ସରକାରକୁ ଛୁଟି କରିଦେବା ଦରକାର । ପ୍ରଦେଶର ହିତ କଥା କହୁଥିବା ନବୀନ ବାବୁ ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରୁଛନ୍ତି । ମୋଦୀ ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି କିନ୍ତୁ ନବୀନ ବାଧା ସୃଷ୍ଟି କରୁଛନ୍ତି । ଆପଣମାନେ କୁହନ୍ତୁ ଏଭଳି ସରକାର ଏଠାରେ ରହିବା ଉଚିତ କି? ଏଭଳି ସରକାରକୁ ଆଗାମୀ ନିର୍ବାଚନରେ ହଟାଇ ଦିଅନ୍ତୁ । ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ କାମ କରିଛନ୍ତି । ଦେଶରେ ସର୍ବାଧିକ ୮୭ଟି ଏକଲବ୍ୟ ଆବାସିକ ସ୍କୁଲ ଓଡ଼ିଶାରେ ହୋଇଛି । ୩୦୦ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନ ଚକାଚକ ହେଉଛି । ପ୍ରତି ଘରକୁ ଟ୍ୟାପ୍ ପାଣି ପାଇଁ ୩, ୩୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
ଜେପି ନଡ୍ଡା ନବୀନଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ଯେମିତିକି ରତ୍ନ ଭଣ୍ଡାର ଚାବି କୁଆଡ଼େ ଗଲା? ରତ୍ନ ଭଣ୍ଡାରକୁ ସୁରକ୍ଷିତ ରଖିବା କାମ କାହିଁକି କରାଯାଉନି? ଓଡ଼ିଆ ୟୁନିଭସିଟି ହେବ କୁଆଡ଼େ ଗଲା?