ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ପରଲୋକ

  • ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ପରଲୋକ ହୋଇଛି। ସେ ସେ ନିଜ ଗାଁ ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିଲେ। ଭୁବନେଶ୍ୱର ଉପକଣ୍ଠ ଜାଅାଁଳା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେ ରାଜ୍ୟର ଅଧିକାଂଶ ପ୍ରମୁଖ ସମ୍ବାଦପତ୍ରରେ କାମ କରିଥିଲେ। ସେ ରାଜନୈତିକ ଖବରକାଗଜ ‘ନେତା’ର ସମ୍ପାଦକ ଥିଲେ।