ଜେଏନଭି ନାମଲେଖା ଲାଗି ଆବେଦନ ଶେଷ ତାରିଖ ୩୦କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମଲେଖା ଲାଗି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୩୦କୁ ଘୁଞ୍ଚାଇ ଦିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ନାମଲେଖା ଲାଗି ପୂର୍ବରୁ ଅନଲାଇନରେ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୫ ଧାର୍ଯ୍ୟ ହୋଇଥିଲା। ଏହି ନାମଲେଖା ପ୍ରକ୍ରିୟା ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପିଲାଙ୍କ ଆଡମିଟ୍ କାର୍ଡ ଡିସେମ୍ବର୧ରୁ ଉପଲବ୍ଧ ହେବ। ସେହିପରି ୨ୟପର୍ଯ୍ୟାୟ ପରୀକ୍ଷା ଲାଗି ପିଲାଙ୍କର ଆଡମିଟ୍ କାର୍ଡ ମାର୍ଚ୍ଚ ୧ରୂୁ ପ୍ରଦାନ କରାଯିବ। ସେହିପରି ପ୍ରଥମ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ଆସନ୍ତା ଜାନୁଆରୀ ୧୧ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୨ୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ଏପ୍ରିଲ ୧୧ରେ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ରେଜଲ୍ଟ ମାର୍ଚ୍ଚ ଏବଂ ୨ୟ ପର୍ଯ୍ୟାୟ ପରୀକ୍ଷାର ରେଜଲ୍ଟ ମେ’ରେ ପ୍ରକାଶ ପାଇବ। ପ୍ରବେଶିକା ପରୀକ୍ଷାରେ ମୋଟ ୮୦ଟି ପ୍ରଶ୍ନୋତ୍ତର ଲାଗି ୧୦୦ମାର୍କ ଥିବାବେଳେ ପରୀକ୍ଷାର ସମୟ ୨ଘଣ୍ଟା ରହିବ।