ଜେଇ ମେନ୍-୨୦୨୦ରେ ଓଡ଼ିଶାରୁ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜେଇ ମେନ୍– ୨୦୨୦ ପରୀକ୍ଷାରେ ଓଡ଼ିଶାରେ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପର ହୋଇଛନ୍ତି। ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଶୁକ୍ରବାର ରାତ୍ରିରେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୌରଭ ୯୯.୯୯୨୪୦୭୦ ପ୍ରତିଶତ ମାର୍କ ରଖି ରାଜ୍ୟସ୍ତରରେ ଟପ୍ପର ହୋଇଛନ୍ତି।

ଜେଇ ମେନ୍– ୨୦୨୦ ପରୀକ୍ଷା ଜାନୁଆରୀ ୭ରୁ ୯ତାରିଖରେ ସାରା ଭାରତରେ ହୋଇଥିବା ବେଳେ ଏହାର ୯ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ପରୀକ୍ଷା ଫଳ  jeemain.nic.in ଏବଂ jeemain.nta.nic.inରେ ଦେଖିପାରିବେ।

ସେହିପରି ଏହି ପରୀକ୍ଷାରେ ୯ଜଣ ୧୦ ପ୍ରତିଶତ ମାର୍କ ରଖିଛନ୍ତି। ସେମାନେ ହେଲେ ନୂଆଦିଲ୍ଲୀର ନିଶାନ୍ତ ଅଗ୍ରୱାଲ, ଆନ୍ଧ୍ରପ୍ରଦେଶର ଜିତେନ୍ଦ୍ର ଲାଣ୍ଡା ଓ ବିଷ୍ଣୁ ଶ୍ରୀ ସାଇ ଶଙ୍କର ଥଡାଭର୍ତ୍ତି, ଗୁଜୁରାଟର ନିଶର୍ଗ ଚଡ୍ଡା, ହରିଆଣାର ଦିବ୍ୟାଂଶୁ ଅଗ୍ରୱାଲ, ରାଜସ୍ଥାନର ଅଖିଳ ଜୈନ ଓ ପାର୍ଥ ଜୈନ ଏବଂ ତେଲେଙ୍ଗାନାର ରୋଙ୍ଗଳା ଅରୁଣ ସିଦର୍ଦ୍ଧା ଓ ଚଗରି କୋଶଲ କୁମାର ରେଡି। ସେହିପରି ୯,୨୧,୨୬୧ଜଣ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ୮,୬୯,୦୧୦ଜଣ ପରୀକ୍ଷା ଦେଇଥିଲେ। ଯେଉଁ ପରୀକ୍ଷାର୍ଥୀମାନେ ଜେଇ ମେନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ଜେଇ ଆଡଭାନ୍ସ ପରୀକ୍ଷା ଦେଇପାରିବେ।