ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ଆଜି ରାଜ୍ୟର ବରିଷ୍ଠ ଆଇଏଏସଙ୍କୁ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଦିଆଯାଇଛି। ସେ ପୂର୍ବପରି ରାଜସ୍ୱ ବିପର୍ଯୟ ଓ ପରିଚାଳନା ବିଭାଗର ଦାୟିତ୍ୱରେ ମଧ୍ୟ ରହିବେ। ଏଥିସହ ୨୨ ଆଇଏଏସଙ୍କୁ ମିଳିଛି ବିଭିନ୍ନ ଜିଲ୍ଲାର କୋଭିଡ ଅବଜର୍ଭର ଦାୟିତ୍ୱ। ତେବେ ଲକଡାଉନ ପରେ ବାହାର ରାଜ୍ୟରୁ ବହୁ ଲୋକ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଫେରିବାର ସମ୍ଭାବନା ଥିବା ବେଳେ ସେଠାରେ କୋଭିଡ଼ ସମନ୍ୱୟ ରକ୍ଷା କରିବା ଲାଗି ଏହି ୨୨ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହର ପାଇଁ ଅନୁ ଗର୍ଗ ଓ ଏନ ତିରୁମାଳା ନାୟକ, ବାଲେଶ୍ୱର ଓ ଭଦ୍ରକ ପାଇଁ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତ, କଟକ ସହର ଓ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ର, ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର, ଶ୍ରୀକାନ୍ତ ପୃଷ୍ଟି, ଗଞ୍ଜାମ ଓ ଗଜପତି ପାଇଁ ଜି. ମାଥିଭାତନନ୍ ଓ କ୍ରୀଷନ କୁମାର, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ ସୁରେଶ ଚନ୍ଦ୍ର ଦଳାଇ, ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀ, ବଲାଙ୍ଗିର, ବରଗଡ଼ ଓ ନୂଆପଡ଼ା ପାଇଁ ସୁଶୀଲ ଲୋହାନୀ ଓ ବେଣୁଧର ବେହେରା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ପାଇଁ ଶାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ପାଇଁ ଭି.ଭି ଯାଦବ ଓ ରସିଦ ଖାନ୍, ନୟାଗଡ଼, ପୁରୀ, ଖୋର୍ଦ୍ଧା ଗ୍ରାମାଞ୍ଚଳ ପାଇଁ ଅନୀଲ ସାମଲ, ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିରଞ୍ଜନ ସାହୁଙ୍କୁ ଅବଜର୍ଭର ଦାୟିତ୍ୱ ଦିଆଯାଇଛି।