ପୁଣି ଆଇନ ପେଞ୍ଚରେ ଫସିଲେ ବଲିଉଡ କୁଇନ୍

ମୁମ୍ବାଇ: ଫିଲ୍ମରେ ନିଜ ଅଭିନୟ ଓ ଟ୍ୱିଟରରେ ନିଡର କମେଣ୍ଟକୁ ନେଇ ବେଶ୍ ପରିଚିତ ଥିବା ଅଭିନେତ୍ରୀ କଙ୍ଗନା ରନାୱତ ପୁଣି ଏକ ନୂଆ ଅଡ଼ୁଆରେ ଫସି ଯାଇଛନ୍ତି। ଗୀତିକାର ଜାଭେଦ ଅଖତର ଦାୟର କରିଥିବା ମାନହାନି ମୋକଦ୍ଦମାକୁ ନେଇ କଙ୍ଗନାଙ୍କ ବିରୋଧରେ ଏକ ୱାରେଣ୍ଟ ଜାରି ହୋଇଛି। ସମନ ଜାରି ହେବା ସତ୍ୱେ କଙ୍ଗନା କୋର୍ଟରେ ହାଜର ହେଉନଥିବାରୁ ଏହି ୱାରେଣ୍ଟ ଜାରି ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବିନା କୌଣସି ଆଧାରରେ ଜାଭେଦ ଅଖତରଙ୍କ ବିରୋଧରେ ମିଥ୍ୟା ବୟାନ ଦେଇ ତାଙ୍କ ସମ୍ମାନ ହାନି କରିଥିବା ଅଭିଯୋଗ କଙ୍ଗନାଙ୍କ ନାମରେ ରହିଛି।