ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ଓ ପଦୋନ୍ନତି କରିଛନ୍ତି। ୧୯୮୮ ବ୍ୟାଚ୍ ଆଇପିଏସ୍ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ପାହ୍ୟା ମିଳିଛି। ପଦୋନ୍ନତି ସହିତ ଶ୍ରୀ ଉପାଧ୍ୟାୟକଙ୍କୁ ଜେଲ୍ ବିଭାଗର ଡିଜି ଦାୟିତ୍ୱ ମିଳିଛି। ୧୯୯୫ ବ୍ୟାଚ୍ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଅତିରିକ୍ତ ଡିଜି ପାହ୍ୟା ମିଳିଛି। ଶ୍ରୀ ପ୍ରିୟଦର୍ଶୀଙ୍କୁ ଅତିରିକ୍ତ ଡିଜି (ଆଇନ୍ ଶୃଙ୍ଖଳା) ପଦବୀ ସହିତ ଅତିରିକ୍ତ ଭାବେ କ୍ରାଇମବ୍ରାଞ୍ଚ ଦାୟିତ୍ୱ ମିଳିଛି।
୨୦୦୬ ବ୍ୟାଚ୍ ଆଇପିଏସ୍ ଅନୁପ କୁମାର ସାହୁଙ୍କୁ ଡିଆଇଜି ପାହ୍ୟା। ପଦୋନ୍ନତି ସହିତ ଶ୍ରୀ ସାହୁ ଅତିରିକ୍ତ ପୁଲିସ୍ କମିଶନର ପଦରେ ନିଯୁକ୍ତ କରାଯାଇଛି। ଏଥି ସହିତ ସେ ଭୁବନେଶ୍ୱର ଡିସିପି ପଦବୀରେ ଅତିରିକ୍ତ ଭାବେ ଦାୟିତ୍ୱ ତୁଲାଇବେ। ୧୯୯୩ ବ୍ୟାଚ୍ ଆଇପିଏସ୍ ଆର ପି କୋଚେଙ୍କୁ ଅତିରିକ୍ତ ପୁଲିସ୍ ଡିଜି (ଏସଏପି) ପଦବୀରେ ନିଯୁକ୍ତି ଦିଆଯାଇଛି। ୨୦୦୦ ବ୍ୟାଚ୍ ଆଇପିଏସ୍ ୱାଇ କୋୟେଲଙ୍କୁ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି।