ଭଦ୍ରକ ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ ଅଭୟ, ସଟଡାଉନ ସମୟର ସ୍ଥିତି ସମୀକ୍ଷା କଲେ ରାଜ୍ୟ By Nitidin On Apr 5, 2020 Share ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲାରେ ୩ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ, ଭଦ୍ରକ ସହର ସମେତ ସହରକୁ ଲାଗିଥିବା ଏରେଇଁ, ଗେଲପୁର, ପଞ୍ଚାୟତକୁ ଅପ୍ରେଲ ୩ତାରିଖ ରାତି ୮ଟାରୁ ଆଜି ରାତି ୮ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି । ତେବେ ଭଦ୍ରକ ସହରରେ ସଟ୍ଡାଉନ୍ ସ୍ଥିତିର ସମୀକ୍ଷା ପାଇଁ ଭଦ୍ରକ ଗସ୍ତ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ । ସେ ପ୍ରଥମେ ଭଦ୍ରକରେ ପହଞ୍ଚି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେସ ପଟ୍ଟନାୟକ ଓ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ସମୀକ୍ଷା କରିଥିଲେ । ଏଥିସହ ସେ ଡିଆଇବି କାର୍ଯ୍ୟାଳୟରେ ହୋଇଥିବା ପୁଲିସ କଣ୍ଟ୍ରୋଲ ରୁମ ବୁଲି ଦେଖିଥିଲେ। ପରେ ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅଞ୍ଚଳ, ସହରାଞ୍ଚଳ ଥାନା ଅଞ୍ଚଳ ଓ ଗ୍ରାମାଞ୍ଚଳ ଥାନା ଅଞ୍ଚଳ, ଚରମ୍ପା ସମେତ ବହୁ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଯାଇ ପୁଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା, ପାଟ୍ରୋଲିଂ ବ୍ୟବସ୍ଥା ସହ ସଟ୍ଡାଉନର ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ସୂଚନା ଅନୁଯାୟୀ, ସଟ୍ଡାଉନ୍ ପାଇଁ ଭଦ୍ରକ ସହରରେ ୧୫ ପ୍ଲାଟୁନ ପିଲିସ ଫୋର୍ସ, ୩୫ ଜଣ ପୁଲିସ ଅଧିକାରୀ, ୨୨ ଜଣ ମାଜିଷ୍ଟ୍ରେଟ ଏବଂ ୩ ପ୍ଲାଟୁନ ଓଏସଏଏଫ ସହରରେ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ସଟଡାଉନ କଟକଣାକୁ ଉଲଂଘନ କରି ପୁଲିସ ଦ୍ୱାରା ୧୭ ଜଣ ଗିରଫ ହୋଇଥିବା ପୁଲିସ ସୂଚନା ଦେଇଛି। ସେହିପରି ସୋସିଆଲ ମିଡ଼ିଆର ବ୍ୟବହାର ଉପରେ କଡ଼ା ନଜର ରଖାଯାଇଛି। କୌଣସି ଆପତ୍ତିଜନକ ପୋଷ୍ଟିଂ ନଜାରକୁ ଆସିବା ମାତ୍ରେ ତାକୁ ଟ୍ରାକ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପଣ୍ଡିତ କହିଛନ୍ତି। Share