ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୫୨୦ ସଂକ୍ରମିତ, ୬ ମୃତ

ଭୁବନେଶ୍ୱର,ଏଜେନ୍ସି: ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ଖୀପ୍ର ଗତିରେ ବଢିଚାଲିଥିବା ଦୈନିକ କରୋନା ବିସ୍ତାର ତଳମୁହାଁ ହୋଇଛି। ଗତ ସପ୍ତାହରେ ଦୈନିକ ସଂକ୍ରମଣ ଦଶ ହଜାର ଉପରେ ରହୁଥିବା ବେଳେ ସଂକ୍ରମଣ ଏବେ ଦଶ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ୫୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷରୁ କମ୍ ବର୍ଗର ୯୩୭ ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୨୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ସୁନ୍ଦରଗଡ଼ରୁ ୯୩୨ ଏବଂ କଟକରୁ ୭୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଭିତରେ ରହିଛି।

ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨୦୪୬୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୧୦୭୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ ଏବେ ୮୫ ହଜାର ୩୨୦ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଜି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୨୦ ରେ ପହଁଞ୍ଚିଛି।