ରାଜ୍ୟରେ ୪୦୭ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩,୨୪, ୭୯୬କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୪୦୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୩୬ଜଣ ଓ ସ୍ଥାନୀୟ ସଂକ୍ରମଣ ୧୭୧ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୪ ହଜାର ୭୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୬୨, ଅନୁଗୁଳରୁ ୬୦, ଖୋର୍ଦ୍ଧାରୁ ୪୬, ସମ୍ବଲପୁରରୁ ୨୬, କଟକରୁ ୨୫, ମୟୁରଭଞ୍ଜରୁ ୨୪, ବଲାଙ୍ଗିରରୁ ୨୦, ପୁରୀରୁ ୧୮ ଓ ବରଗଡ଼ ଜିଲ୍ଲାରୁ ୧୭ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୪ଲକ୍ଷ ୬୮ ହଜାର ୯୫୭ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୨୪ହଜାର ୭୯୬ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩ଲକ୍ଷ ୧୯ ହଜାର ୮୫୦ ଜଣ ସୁସ୍ଥ ହୋଇଛନ୍ତି, ୧୮୨୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୦୭୩ ଜଣ ଚିକିତ୍ସିତ ହେଉଛନ୍ତି।