ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୩,୬୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୧୫୧ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୪୯୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫୮ ହଜାର ୬୫୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୧୭, କଟକରୁ ୩୫୭, ପୁରୀରୁ ୨୪୬, ବରଗଡ଼ରୁ ୧୫୭, ବାଲେଶ୍ୱରରୁ ୧୫୬, ଭଦ୍ରକରୁ ୧୪୩, ମୟୁରଭଞ୍ଜରୁ ୧୩୭, ସମ୍ବଲପୁରରୁ ୧୨୭, ଯାଜପୁର ୧୧୬ ଓ ଜଗତସିଂହପୁର ଜିଲ୍ଲାରୁ ୯୫ଜଣ ରହିଛନ୍ତି।
ଅନ୍ୟପଟେ କରୋନା ଯୋଗୁ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ କଟକରୁ ସର୍ବାଧିକ ୩, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୬୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫ଲକ୍ଷ ୧୬ ହଜାର ୪୫୭ଟି କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୫୮ ହଜାର ୬୫୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।
ସେଥିମଧ୍ୟରୁ ୧ଲକ୍ଷ ୨୨ହଜାର ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ୬୫୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ୩୫ ହଜାର ୯୨୮ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି