Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜ୍ୟରେ ସର୍ବାଧିକ ୨୪୯୬ କରୋନା ଆକ୍ରାନ୍ତ ଚିହ୍ନଟ: ୯ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜ୍ୟରେ ସର୍ବାଧିକ ୨୪୯୬ କରୋନା ଆକ୍ରାନ୍ତ ଚିହ୍ନଟ: ୯ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ରେକର୍ଡସଂଖ୍ୟକ ୨୪୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୯୧ ଜଣ ଓ ସ୍ଥାନୀୟ ସଂକ୍ରମଣ ୯୦୫ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୧୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୭୮, ଗଞ୍ଜାମରୁ ୩୨୭, ସୁନ୍ଦରଗଡ଼ରୁ ୧୫୬, ରାୟଗଡ଼ାରୁ ୧୪୬, କୋରାପୁଟରୁ ୧୩୩, କଟକରୁ ୧୨୮, ବୌଦ୍ଧରୁ ୧୧୫ ଓ ପୁରୀ ଜିଲ୍ଲାରୁ ୯୫ଜଣ ରହିଛନ୍ତି।

ଅନ୍ୟପଟେ ଆଜି କରୋନା ଯୋଗୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୪ଜଣ ରହିଥିବାବେଳେ କଟକରୁ ୨ଜଣ, ଗଞ୍ଜାମ, କେନ୍ଦୁଝର ଓ ନୟାଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମ୍ବଲପୁରରୁ ଜଣେ ୫୦ ବର୍ଷୀୟା ମହିଳା ଏବଂ ୬୫, ୭୮ ଓ ୭୪ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି କଟକରୁ ଜଣେ ୬୭ ବର୍ଷୀୟ ବୃଦ୍ଧା ଓ ୫୦ ବର୍ଷୀୟ ପୁରୁଷ ଅଛନ୍ତି। ଗଞ୍ଜାମରୁ ୫୩, ନୟାଗଡ଼ରୁ ୭୫ ଓ କେନ୍ଦୁଝରରୁ ୫୩ ବର୍ଷୀୟ ପୁରୁଷ କରୋନାରେ ଆଖି ବୁଜିଛନ୍ତି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୧୨୬ ହୋଇଥିବାବେଳେ ୩୯ ହଜାର ୨୦୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୩୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୭, ୫୩୫ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।