କଟକ,ଏନ୍ଏନ୍ଏସ୍: ଆସନ୍ତା ଜୁନରେ ବାରବାଟୀରେ ଟ୍ୱି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଉକ୍ତ ମ୍ୟାଚରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଏନେଇ ଆଲୋଚନା ସରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଫେବୃଆରୀ ୧୫ରେ ବାରବାଟୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ ବାତିଲ ହୋଇଛି ।