ଭୁବନେଶ୍ୱରରେ ଆରଟିଓ ପକ୍ଷରୁ ବିଭିନ୍ନ ବସଷ୍ଟାଣ୍ଡରେ କରୋନା ସଚେତନତା କାର୍ଯ୍ୟକ୍ରମ ରାଜ୍ୟ By Nitidin On Mar 19, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସାରା ବିଶ୍ୱରେ କରୋନା ଏକ ଡର ସାଜିଛି। ଏହି ଡରକୁ ଏଡାଇବା ପାଇଁ ଭାରତ ସରକାର ତଥା ରାଜ୍ୟ ସରକାର ଭିନ୍ନ ଭିନ୍ନ ସ୍ଥାନରେ ସଚେତନତା କରିଆସୁଛନ୍ତି। ଏ ନେଇ ବିଭିନ୍ନ ଟ୍ରାନ୍ସପୋର୍ଟ କ୍ଷେତ୍ରରେ ମଧ୍ୟ ସଚେତନତା କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ବିଭିନ୍ନ ବସ୍ ଷ୍ଟାଣ୍ଡମାନଙ୍କରେ ମଧ୍ୟ ଉକ୍ତ ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆରଟିଓ ପକ୍ଷରୁ ସଚେତନତା କରାଯାଉଛି। ଏଥିରେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରତି ବସ୍ଷ୍ଟାଣ୍ଡରେ ସଚେତନତା କରାଯାଉଛି। ଏଥିରେ ବସ୍ କଣ୍ଡକ୍ଟରମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପ୍ରତି ବସରେ ସାନିଟାଇଜରରଖିବାକୁ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସ୍ୱତନ୍ତ୍ର ଭାବେ ବସକୁ ଭିଡମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବସରେ କୌଣସି ଥଣ୍ଡା ଓ କାଶରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ନ ନେବାପାଇଁ ନିର୍ଦ୍ଦେଶ ହୋଇଛି। Share