ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଶିଶୁ ସଂକ୍ରମଣ ବଢ଼ୁଥିବାରୁ ଚିନ୍ତାରେ ଡିଏମଇଟି। ଏନେଇ ପରିବାରକୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ। ପିଲାଙ୍କୁ ଥଣ୍ଡା, ଜ୍ୱର ଓ କାଶ ହେଉଥିଲେ ନ ଲୁଚାଇ ଜଣାଇବାକୁ ଡିଏମଇଟି ପରାମର୍ଶ ଦେଇଛନ୍ତି। ଅଭିଭାବକ ସୂଚନା ନ ଦେଲେ ପରିସ୍ଥିତି ଭୟାନକ ହେବ ବୋଲି ପରାମର୍ଶ ଦେଇଛନ୍ତି। ସେହିପରି ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହୋଇପାରେ ବୋଲି ଡିଏମଇଟି ସୂଚନା ଦେଇଛନ୍ତି।
ଅନ୍ୟପଟେ ଶିଶୁ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି କି, ସ୍କୁଲ ଖୋଲିଲେ ସଂକ୍ରମଣ ବଢ଼ିବ ବୋଲି ପୂର୍ବରୁ ଆଶଙ୍କା ଥିଲା। କେତେ ଶିଶୁଙ୍କ ପାଖରେ ଲକ୍ଷଣ ଅଛି, କେତେ ଗୁରୁତର ତାହା ଦେଖିବାକୁ ପଡ଼ିବ। ସର୍ଭିଲାନ୍ସକୁ କଡ଼ାକଡ଼ି କରିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିବା କହିଛନ୍ତି। ଯଦି ଶିଶୁଙ୍କ ପାଖରେ ଲକ୍ଷଣ ରହୁଛି, ତେବେ ସେମାନଙ୍କୁ ସ୍କୁଲକୁ ନଛାଡ଼ିବାକୁ ଅଭିଭାବକଙ୍କୁ ଡିଏମଇଟି ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନ ଆଇସିୟୁରେ ୨ ପ୍ରତିଶତ ଶିଶୁ ଚିକିତ୍ସାଧୀନ ଅଛନ୍ତି ଓ ଭେଣ୍ଟିଲେଟରେ କୌଣସି ପିଲା ନଥିବା ସୂଚନା ଦିଆଯାଇଛି। ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ ଅଛନ୍ତି। ଟୁଇନ ସିଟିରେ ଆର ଭେଲୁ ୧ ପ୍ରତିଶତ ରହିଛି।