ନୂଆବର୍ଷରେ ଅଘଟଣ : ଟ୍ରକ୍ ଚାପାରେ ଦମ୍ପତି ମୃତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ସହରରେ ଶୁକ୍ରବାର ନୂଆବର୍ଷ ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ କହ୍ନେୟାଲାଲ ସୋନୀ(୬୫) ଓ ତାଙ୍କ ପତ୍ନୀ ମୁନୀ ଦେବୀ(୬୦)ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ କହ୍ନେୟାଲାଲ ପତ୍ନୀ ମୁନିଙ୍କୁ ସ୍କୁଟରରେ ବସାଇ ଅଇଁଠାପାଲି ପଟକୁ ଆସୁଥିବାବେଳେ ୫୩ ନମ୍ବର ଜାତୀୟ ରାଜପଥରେ ଟାଙ୍ଗରପାଲି ବ୍ରିଜ ନିକଟରେ ଭାରସାମ୍ୟ ହରାଇ ସ୍କୁଟରଟି ରାସ୍ତାରେ ପଡିଯାଇଥିଲା। ପଛରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।