ରାଜଧାନୀରୁ ବିପୁଳ ଗଞ୍ଜେଇ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏଥିସହିତ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୁଲିସ ପାଟ୍ରୋଲିଂ ସମୟରେ ଏହାକୁ ଜବତ କରିଛି।

ସୂଚନା ଅନୁସାରେ କିଛିଦିନ ତଳେ ଉକ୍ତ ଅଞ୍ଚଳରେ ଜଣେ ନାବାଳକକୁ ଡ୍ରଗ୍ସ କାରବାର ଲିଙ୍କରେ ହତ୍ୟା କରାଯାଇଥିବା ଘଟଣାରେ ପୁଲିସ ଛାନଭିନ କରୁଥିଲା। ଏନେଇ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଆଜି ଭୋର୍ ସମୟରେ ଭରତପୁର ନିକଟରେ ଏକ ବୋଲେରୋରେ ବିପୁଳ ପରିମାଣର ଗଞ୍ଜେଇ ଚେରାଚାଲାଣ ହେଉଥିବାର ଖବର ମିଳିଥିଲା। ଏହାପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଉକ୍ତ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ଉକ୍ତ ବୋଲେରୋଟି ଖୋର୍ଦ୍ଧା-କଟକ ବାଇପାସରେ ଯିବାର ଯୋଜନା କରିଥିବାର ଖବର ମିଳିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।